Categories: ବାଣିଜ୍ୟ

ଇଣ୍ଡିଆନ ଆର୍ମି ସହ ପତଞ୍ଜଳି ଯୋଗପୀଠର ବୁଝାମଣା

ଭୁବନେଶ୍ୱର,୨୯।୧୧(ଅଭୟ ଦାଶ): ପତଞ୍ଜଳି ଯୋଗପୀଠ(ଟ୍ରଷ୍ଟ) ଏବଂ ଇଣ୍ଡିଆନ ଆର୍ମି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ଭାରତୀୟ ସେନା ଏବଂ ପତଞ୍ଜଳି ଯୋଗପୀଠଙ୍କ ମଧ୍ୟରେ ସେନା ମୁଖ୍ୟାଳୟ ଉତ୍ତର ଭାରତ ବରେଲିଠାରେ ସ୍ବାକ୍ଷରିତ ହୋଇଥିଲା। ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ସମେତ ଭାରତୀୟ ସେନାର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏନ୍‌.ଏସ୍‌.ରାଜା ସୁବ୍ରମଣି (ଜିଓସି ଇନ୍‌ ସି ସେଣ୍ଟ୍ରାଲ କମାଣ୍ଡ), ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆର୍‌.ସି. ତିୱାରୀ (ଜିଓସି-ଇନ୍‌-ସି ନର୍ଥ ଇଣ୍ଡିଆ), ବ୍ରିଗେଡିୟର ଅମାନ ଆନନ୍ଦ (କମାଣ୍ଡର,ମୁଖ୍ୟାଳୟ ୯ (ଇଣ୍ଡିପେଣ୍ଡେଣ୍ଟ) ମାଉଣ୍ଟେନ୍‌ ବ୍ରିଗେଡ୍‌ ଗ୍ରୁପ୍‌) ଏବଂ ମେଜର ବିବେକ ଯାକବ (କ୍ଲ ଗ୍ଲୋବାଲ୍‌) ପ୍ରମୁଖ ଉପସ୍ଥିତ ଥିଲେ। ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ଆମେ ଦୁହେଁ ଗର୍ବିତ ଏବଂ ନିଜକୁ ଦାୟୀ ବୋଲି ଅନୁଭବ କରୁଛୁ ଯେ ପତଞ୍ଜଳି ଏହି କାର୍ଯ୍ୟ ସମାପ୍ତ କରିବାରେ ତଥା ଦେଶ ପାଇଁ କୃତଜ୍ଞତା ଜଣାଇବାରେ କୌଣସି ପଥ ଛାଡ଼ିବେ ନାହିଁ।

Share