କ୍ୟାନ୍‌ସର ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟ ସରକାର ଦୁଇଟି କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରଥମ ଏମ୍‌ଓୟୁ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଏବଂ ଶଙ୍କର କ୍ୟାନ୍‌ସର ଫାଉଣ୍ଡେଶନ ମଧ୍ୟରେ କରାଯାଇଛି। ସେହିପରି ଦ୍ୱିତୀୟ ଏମ୍‌ଓୟୁ ବାଗ୍‌ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଏବଂ କରୁଣାଶ୍ରୟ ହସ୍‌ପିସ ଟ୍ରଷ୍ଟ ମଧ୍ୟରେ ସ୍ବାକ୍ଷର କରାଯାଇଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଏମ୍‌ଓୟୁ ସ୍ବାକ୍ଷରକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏଥିପାଇଁ ସେ ସୁସ୍ମିତା ବାଗ୍‌ଚୀ ଏବଂ ସୁବ୍ରତ ବାଗ୍‌ଚୀଙ୍କୁ ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କାର ଅବଦାନ ଲାଗି ଅଭିନନ୍ଦନ ଜଣାଇଛନ୍ତି। ବାଗ୍‌ଚୀ ଦମ୍ପତିଙ୍କ ଏହି ମହାନ୍‌ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଏବଂ ପାଲିଏଟିଭ କେୟାର ସେଣ୍ଟରକୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାର ହସ୍ପିଟାଲ ନିର୍ମାଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉକ୍ତ ହସ୍ପିଟାଲ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଥିସହିତ ମୋ ସ୍କୁଲ ଅଭିଯାନ ଓ ମିଶନ ଶକ୍ତି କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେ ସହାୟତା କରୁଥିବାରୁ ମୁଖ୍ୟମନ୍ତ୍ରୀ ବାଗ୍‌ଚୀ ଦମ୍ପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ବଦାନ୍ୟତା ଓ ସେବା ମନୋଭାବ ପୁଣି ଥରେ ଚିକିତ୍ସା କ୍ଷେତ୍ରରେ ପରିଲକ୍ଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀନାଥ ବି.ଏସ ମୁଖ୍ୟମନ୍ତ୍ରୀ ଏବଂ ବାଗ୍‌ଚୀ ଦମ୍ପତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। କର୍କଟ ରୋଗ ଚିକିତ୍ସା ଏକ ବ୍ୟୟବହୁଳ। ସମସ୍ତ ବର୍ଗର ଲୋକଙ୍କୁ ହସ୍ପିଟାଲ ଏକାପ୍ରକାର ସୁବିଧା ଯୋଗାଇବ ବୋଲି ସେ କହିଛନ୍ତି। ଏହି ଅବସରରେ କରୁଣାଶ୍ରୟ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ କିଶୋର ଏସ. ରାଓ କହିଛନ୍ତି, ଗରିବ ଲୋକମାନେ କର୍କଟରେ ପୀଡ଼ିତ ହେଲେ ସବୁ ଦିଗରୁ ବେସାହାରା ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ଏହି ଚିକିତ୍ସା କେନ୍ଦ୍ର ମୁମୂର୍ଷୁ ରୋଗୀଙ୍କ ଭାବାବେଗ ଓ ମନସ୍ତାତ୍ତ୍ୱିକ ଦିଗରେ ସେବା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଏଏଚପିଜିଆଇସି ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥ୍‌ତ୍ଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲ୍‌କ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri