ଆଜି ହାତକୁ ଦି’ହାତ ହେବେ ମୌନୀ

ମୁମ୍ବାଇ: ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ। ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ଆଜି ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହା ପୂର୍ବରୁ ବୁଧବାର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ସେଲିବ୍ରିଟି ନଜର ଆସିଥିଲେ। ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ମୌନୀଙ୍କର ବିବାହ ଗୋଆରେ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ମୌନୀ ସେମାନଙ୍କ ବିବାହର ପ୍ରି-ଓ୍ବେଡିଂ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ମୌନୀ ଏବଂ ସୁରଜଙ୍କ ବିବାହ ଦୁଇଟି ରୀତିନୀତି ହେବ। ପ୍ରଥମେ ମାଲାୟାଲୀ ପରମ୍ପରା ଅନୁଯାୟୀ, ପରେ ବଙ୍ଗଳା ପରମ୍ପରା ଅନୁଯାୟୀ ହେବ ବୋଲି ଜଣାପଡିଛି।

 

Share