ଏଇ ମାସରେ ବଧୂ ସାଜିବେ ମୌନୀ

ବମ୍ବେ: ବାଜିବ ସାହାନାଇ। ଚଳିତ ମାସରେ ହାତକୁ ଦୁଇ ହାତ ହେବେ ଟେଲି ପରଦାର ସୁନ୍ଦରୀ ନାଗୁଣୀ ତଥା ଅଭିନେତ୍ରୀ ମୌନୀ ରୟ। ଦୀର୍ଘଦିନ ଧରି ପ୍ରେମଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସେ। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପକାଇ ସେ ପ୍ରେମିତ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

ବିବାହକୁ କିଛି ଦିନ ଥିବା ବେଳେ ପ୍ରସ୍ତୁତି ଜୋରଦାର ଚାଲିଛି। ଗୋଆର ଏକ ହୋଟେଲରେ ଜାନୁୟାରୀ ୨୭ରେ ଏହା ଅନୁଷ୍ଠିତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରି-ଓ୍ବେଡିଂ ଉତ୍ସବ ହେବ। ଏହି ବିବାହରେ ଅଭିନେତ୍ରୀଙ୍କ ପ୍ରିୟ ବନ୍ଧୁ ଏବଂ ପରିବାରଲୋକେ ସାମିଲ ହେବେ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଭିତରେ ଏହା ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

Share