ମୁମ୍ବାଇ,୩୦।୧୨: ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚକୁ ଗୁରୁବାର ଏକ ଧମକପୂର୍ଣ୍ଣ ଇମେଲ ମିଳିଛି। ଏଥିରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଆକ୍ରମଣ କରିବ ବୋଲି ଚେତାବନୀ ଦିଆଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫ (୩) ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରଥମ ଇମେଲ ପରେ ଆଉ ଏକ ଇମେଲ ମିଳିିଥିଲା। ଯେଉଁଥିରେ ପ୍ରଥମ ଧମକପୂର୍ଣ୍ଣ ଇମେଇ ପଠାଇଥିବା ଶିଶୁର ମା’ ବୋଲି ନିଜକୁ ଦାବି କରିଥିଲେ। ଏଥିସହ ଶିଶୁର ମା’ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ପୋଲିସ କହିଛି। ତାଙ୍କ ଶିଶୁ ମାନସିକ ସ୍ତରରେ ଅସୁସ୍ଥ, ତେଣୁ ସେ ଏପରି ବାର୍ତ୍ତା ପଠାଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।