ଇଣ୍ଡୋନେସିଆର ମାଉଣ୍ଟ ମେରାପି ଜ୍ୱାଳାମୁଖି ଫାଟିବାରୁ ଗାଁ, ସଡ଼କରେ ଧୂଆଁ ଆଉ ନିଆଁ

ଜାକର୍ତ୍ତା,୧୨ ।୩: ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖି ମଧ୍ୟରୁ ଅନ୍ୟତମ ଇଣ୍ଡୋନେସିଆର ମାଉଣ୍ଟ ମେରାପି ଶନିବାର ଫାଟି ଯାଇଛି । ଫଳରେ ଏହା ନିକଟରେ ଥିବା ଗାଁରେ ଧୂଆ ଓ ନିଆଁ ଖେଳେଇ ହୋଇଯାଇଛି । ଏକ ରିପୋର୍ଟ ଅନୁଯାୟୀ, ମେରାପି ଜ୍ୱାଳାମୁଖି ବୈଧଶାଳା ଅନୁମାନ ଲଗାଇଛି ଯେ ନିଆଁର ବାଦଲ ଶିଖରରୁ ୯,୬୦୦ ଫୁଟ (୩,୦୦ ମିଟିର) ଉପରକୁ ଚାଲିଯାଇଥିଲା ।
ସ୍ଥାନିୟ ଟେଲିଭିଜନରେ ପ୍ରସାରିତ ଛିତ୍ରରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟ ଜାଭା ଦ୍ୱିପରେ ଫାଟିଥିବା ଏହି ଜ୍ୱାଳାମୁଖି ନିକଟରେ ଥିବା ଏକ ଗାଁରେ ଥିବା ଘର ଓ ସଡ଼କ ପାଉଁଶରେ ଘୋଡାଇ ହୋଇଯାଇଥିବା ଦେଖାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖପାତ୍ର ଅବୁଲ ମୁହରି କହିଛନ୍ତି, ଗରମ ବାଦଲର ଏକ ସ୍ତମ୍ଭ ୧୦୦ ମିଟର ଆକାଶକୁ ଉଠିଥିଲା । ବିସ୍ଫୋରଣ ପରେ ଅଧିକାରୀମାନେ କ୍ରେଟରେ ସାତ କିଲୋମିଟରର ଏକ ପ୍ରତିବନ୍ଧିତ କ୍ଷେତ୍ର ସ୍ଥାପନ କରିଥିଲେ, ଯାହା ଦିନ ୧୨ଟା ୧୨ ସୂଚନା ଦେଇଥିଲା ।
ଏଜେନ୍ସିର ପ୍ରବକ୍ତା ଅବଦୁଲ ମୁହରିି ଏକ ବୟାନରେ କହିଛନ୍ତି ମାଉଣ୍ଟ ମୋରାପି ବିସ୍ଫୋରଣରେ ସମ୍ଭାବିତ ବିପଦର ଅନୁମାନ ଲଗାଇବାକୁ, ଜନତାଙ୍କୁ ସମ୍ଭାବିତ ବିପଦ ଥିବା ଅଞ୍ଚଳରେ କୌଣସି ପ୍ରକାର ଗତିବିଧିକୁ ଅଟକାଇବାକୁ ପରାମର୍ଶ ଦିଆଯାଇଛି ।

Share