Categories: ଫୁରସତ

ମାଉଣ୍ଟେନ ଡ୍ୟୁ ଜିଲାପି

ଚିନି ଶିରାରେ ଭରା ଗୋଲ ଗୋଲ ତେଢା ମେଢା ନାରଙ୍ଗୀ ରଙ୍ଗର ଜିଲାପି ଅନେକଙ୍କର ପ୍ରିୟ। ଦୂରରୁ ଦେଖି ଦେଲେ ବି ଜିଲାପି ପ୍ରିୟ ଲୋକଙ୍କ ପାଟିରୁ ଲାଳ ଗଡିଯାଏ। ତେବେ କେବେ ସବୁଜ ରଙ୍ଗର ଜିଲାପି ଦେଖିଛନ୍ତି? ଭାବୁଥିବେ ଜିଲାପି ତ ସବୁବେଳେ ନାରଙ୍ଗୀ ରଙ୍ଗର। ସବୁଜ ରଙ୍ଗର ଜିଲାପି ପୁଣି କୋଉଠୁ ଆସିଲା? ଇନଷ୍ଟାଗ୍ରାମ ଫୁଡ୍‌ ବ୍ଲଗର୍‌ ଅମର ସିରୋହୀ ଏଭଳି ଜିଲାପିର ଫଟୋ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି। ଯାହାର ନାମ ‘ମାଉଣ୍ଟେନ ଡ୍ୟୁ’ ଜିଲାପି ଲେଖିଛନ୍ତି। ତେବେ ଏହାକୁ ସବୁଜ ଫୁଡ କଲର୍‌ ଦେଇ ତିଆରି କରାଯାଇ ନାହିଁ। ବରଂ ଏହା ଅବାରେକାଇ ତଥା ଜଲକୁମ୍ଭୀ ବା ସିମ୍ବରୁ ତିଆରି। ଆଉ ଏହା ବେଙ୍ଗାଲୁରୁରେ ମିଳିଥାଏ। ଏହାକୁ ତିଆରି କରିବା ଲାଗି ମଇଦାରେ ସିମ୍ବ ପେଷ୍ଟ ମିଶାଯାଏ। ତାକୁ ୪-୫ ଘଣ୍ଟା ରଖାଯାଏ। ପରେ ସେଥିରେ ଜିଲାପି ପ୍ରସ୍ତୁତ କରି ଚିନି ଶିରାରେ ପକାଯାଏ। ଏହା ଦେଖିବାକୁ ବହୁତ ସୁନ୍ଦର। ତେଣୁ ଏହାକୁ ଯେ କେହି ବି ଖାଇବାକୁ ଚାହିଁବେ।

Share