ଶିଶୁଟିଏ ଜନ୍ମ ହେବା ପରେ ପରିବାରରେ ଖୁସିର ବାତାବରଣ ଦେଖାଯାଏ। ତେବେ ଶିଶୁ ଜନ୍ମକୁ ନେଇ ବିଶ୍ୱର ଅନେକ ସମ୍ପ୍ରଦାୟରେ ପୃଥକ ପୃଥକ ପରମ୍ପରା ପାଳନ କରିଥାନ୍ତି। କାରଣ ବିଶ୍ୱାସ କରାଯାଏ ଯେ, ଏହି ରୀତିନୀତି ଦ୍ୱାରା ପିଲାଟି ସମସ୍ତ ସମସ୍ୟାରୁ ରକ୍ଷା ପାଇପାରିବ। ତେବେ ବିକଶିତ ଦେଶଗୁଡିକ ମଧ୍ୟ ଏହି ନିୟମରୁ ବାଦ୍ ପଡ଼ିନାହାନ୍ତି।
ନାଇଜେରିଆ ଏବଂ ଘାନାରେ, ମା ସହିତ ଜଡ଼ିତ ଥିବା ନାଭି ପାଇଁ ଶୋକ ପାଳନ କରାଯିବା ପ୍ରଥା ରହିଛି। ଆଫ୍ରିକୀୟ ଦେଶଗୁଡ଼ିକରେ ନାଭିକ ଶିଶୁର ଯାଆଁଳା ଭାଇ କିମ୍ବା ଭଉଣୀ ଭାବରେ ବିବେଚନା କରାଯାଏ। ଏହାକୁ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୋତି ଦିଆଯାଏ। ଏହି ପ୍ରକ୍ରିୟା ଏକ ଗଛ ତଳେ କରାଯାଇଥାଏ।