Categories: ଜାତୀୟ

୧୨ ମଦ ବୋତଲ ଖାଲି କରିଦେଲା ମୂଷା!

ଚେନ୍ନାଇ,୬।୭: ତାମିଲନାଡୁର ନୀଳଗିରିରେ ଏକ ମଦ ଦୋକାନରେ ମୂଷା ଆତଙ୍କ ଦେଖାଯାଇଛି। ୧୨ଟି ମଦ ବୋତଲ ମୂଷା କାଟି ଦେଖିଥିବା ମାମଲା ସାମ୍ନାକୁ ଆସିଛି। ସରକାରୀ ମଦ ଦୋକାନରେ ମୂଷାମାନେ ୧୨ ବୋତଲ ମଦ ଖାଲି ଦେଇଛନ୍ତି। ଏହି ମାମଲା ନୀଳଗିରି ଜିଲାର ଗୁଡାଲୁର ଟାଉନ ନିକଟରେ ଅବସ୍ଥିତ ଟିଏଏସଏମ୍‌ଏସି ଆଉଟଲେଟରେ ଘଟିଛି। ଲକଡାଉନ ହେତୁ ଏହି ଦୋକାନ ବହୁତ ଦିନ ହେବ ବନ୍ଦ ରହିଥିଲା। ଜଣେ କର୍ମଚାରୀ ଦୋକାନ ଖୋଲିବା କ୍ଷଣି ୧୨ ମଦ ବୋତଲ ଖାଲି ହୋଇଯାଇଥିବା ଦେଖିଥିଲେ। ସୂଚନାଯୋଗ୍ୟ, ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟିଏଏସଏମ୍‌ଏସି)ର କର୍ମଚାରୀମାନେ କଦାମୁଜା ଅଞ୍ଚଳରେ ଲକଡାଉନ୍‌ ଦିନଠାରୁ ଏକ ମଦ ଦୋକାନ ଖୋଲିବା ପରେ ଏହା ସାମ୍ନାକୁ ଆସିଥିଲା। ଦୋକାନ କର୍ମଚାରୀମାନେ ଦେଖିଲେ ଯେ, ୧୨ଟି ମଦ ବୋତଲର କ୍ୟାପ ଖୋଲା ଅଛି ଏବଂ ବୋତଲଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ଥିଲା। ବୋତଲଗୁଡିକରେ ମୂଷା କାମୁଡ଼ିବା ଚିହ୍ନ ଅଛି। ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ଟିଏଏସଏମ୍‌ଏସିର ସୁପରଭାଇଜର ତଥା ବରିଷ୍ଠ ଅଧିକାରୀମାନେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାରେ ବହୁତଗୁଡ଼ିଏ ମୂଷା ଅଛନ୍ତି ଏବଂ ସେମାନେ ମଦ ବୋତଲ କାଟି ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ବୋତଲଗୁଡ଼ିକର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ଥିଲା।

Share