ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସ୍ପେନ୍‌ର ସେବିଲେରେ ଅଣ୍ଡାଲୁସିଆ ସଂସଦରେ ଗୁରୁବାର କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହଠାତ୍‌ ଏକ ମୂଷା ପଶି ଆସିଥିଲା। ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ସମୟରେ ସମସ୍ତେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରିଜିଓନାଲ ବାଚସ୍ପତି ମାର୍ଟା ବାସ୍କେଟ କହୁଛନ୍ତି, ସେତେବେଳେ ସେ ଏକ ମୂଷା ଦେଖିଥିଲେ। ସେ ମାଇକ୍ରୋଫୋନ୍‌ରେ ବଡ଼ ପାଟି କରିବା ସହ ଭୟରେ ମୁହଁ ଲୁଚାଇଥିଲେ। ଏହା ପରେ ଅନ୍ୟ ଜଣେ ସଦସ୍ୟ ନିଜର ସିଟ୍‌ ଛାଡ଼ି ଦୌଡ଼ି ପଳାଇଥିଲେ। ପରେ ଅନ୍ୟ ସଦସ୍ୟମାନେ ଜଣଙ୍କ ପରେ ଜଣେ ସିଟ୍‌ ଛାଡ଼ି ଦୌଡ଼ିଥିଲେ।

Share