ଷ୍ଟକ୍ହୋମ୍, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି ପାରିନି। ଏପରିସ୍ଥଳେ ସ୍ବିଡେନ୍ର କେତେକ ଗବେଷକ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଏବଂ କାଶ ଲାଗି ବ୍ୟବହୃତ ହେଉଥିବା ମାଉଥ୍ ସ୍ପ୍ରେ ଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମାଉଥ୍ ସ୍ପ୍ରେ ବ୍ୟବହାର କଲେ ୯୮.୩ ପ୍ରତିଶତ ପର୍ଯ୍ୟନ୍ତ ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି ବୋଲି ଗବେଷକ କହିଛନ୍ତି। ସ୍ବିଡେନ୍ରେ ବହୁଳ ଭାବେ ବ୍ୟବହୃତ ହେଉଥିବା କୋଲ୍ଡଜାଇମ୍ ମାଉଥ୍ ସ୍ପ୍ରେ ଦ୍ୱାରା ଏହା କରୋନା ସଂକ୍ରମଣରୁ ଦୂରେଇ ରହିହେବ। ଏନେଇ ଔଷଧ କମ୍ପାନୀ ଏଞ୍ଜିମାଟିକା ପକ୍ଷରୁ ଦାବି କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ମାଉଥ୍ ସ୍ପ୍ରେ ଗ୍ଲିସେରଲ ଏବଂ ଆଟଲାଣ୍ଟିକ୍ କୋଡ୍ ଟ୍ରିପ୍ସିନ୍ରୁ ପ୍ରସ୍ତୁତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ମାଉଥ୍ ସ୍ପ୍ରେ ଯେ କୌଣସି ଭୂତାଣୁ ଏବଂ ବ୍ୟାକ୍ଟେରିଆକୁ ଗଳା ଅବା ନାସା ପଥ ଦେଇ ପ୍ରବେଶ କରିବାକୁ ଦେଇ ନ ଥାଏ। ସମସ୍ତ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।