ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୧୬।୯: ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ନୂଆଁଖାଇକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ପାଇଁ ସରକାର ପୂର୍ବର ତାରିଖ ଘୋଷଣା କରିଥିଲେ। ତେବେ ଏହାକୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ। ତା’ ପୂର୍ବରୁ ଏଥିପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହେବ। କଂଗ୍ରେସ ଓ ଭାଜପା ବିଧାୟକମାନେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ। ୨୦ ତାରିଖରେ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ପଡୁଥିବା ବେଳେ ସରକାର ସେହି ସମୟରେ ଅର୍ଥାତ ତା’ ପରଦିନ ବାଚସ୍ପତି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଉଭୟ କଂଗ୍ରେସ ଓ ଭାଜପା ବିଧାୟକମାନେ ଏହାକୁ ବିରୋଧ କରିଥିଲେ।

Share