ଆତଙ୍କ ପ୍ରତିବାଦରେ ଆନ୍ଦୋଳନ

ଅନୁଗୋଳ, ୨୬।୬ (ଅମିତ ସାମଲ): ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ଥମୁନାହିଁ। ଚଳିତବର୍ଷ ଆରମ୍ଭରୁ ଅଦ୍ୟାବଧି ୧୭ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲେଣି ହାତୀପଲ। ସେହିପରି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଏକ ଦନ୍ତା ହାତୀ ଘରଦ୍ୱାର ଭାଙ୍ଗି ମାଟିରେ ମିଶାଇ ଦେଉଛି। ୨ ଦିନ ହେବ ବନ୍ତଳା ବନାଞ୍ଚଳର ବଲଙ୍ଗ ପଞ୍ଚାୟତ ହିଡ଼ିସିଙ୍ଗ ଗ୍ରାମରେ ପଶି ଏହି ଦନ୍ତା ହାତୀ ଆତଙ୍କ ଖେଳାଇ ଦେଇଛି। ଗଁାର ୧୦ରୁ ଅଧିକ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏହାକୁ ନେଇ ଭୟଭୀତ ଗ୍ରାମବାସୀ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ତୁରନ୍ତ ଉକ୍ତ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଗ୍ରାମବାସୀ ଜିଦ୍‌ ଧରି କରତପଟା-ଟିକରପଡ଼ା ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ଖବରପାଇ ବନ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
ବନାଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ବନଖଣ୍ଡର ହାତୀ ପଲ ଗଁା ନିକଟରେ ରହି ଆତଙ୍କ ଖେଳାଉଥିବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଜଙ୍ଗଲ ନିକଟ ବାଡ଼ି ବଗିଚାକୁ ଯିବାକୁ ଭୟ କରୁଛନ୍ତି। ସେଥିପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଅନେକ ଜମିରେ ଫସଲ ଉଜୁଡ଼ିଗଲାଣି। କିଛିଦିନ ତଳେ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ ବାଉଁଶ କାଟିବାକୁ ବୁଦାକୁ ଯାଇଥିବାବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଏହାକୁ ନେଇ ଲୋକେ ବନ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବିବାଦ ନ ଥମୁଣୁ ବନାଞ୍ଚଳର ତଳସରା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ସାତକୋଶିଆ ବନଖଣ୍ଡର ଏକ ଦନ୍ତା ହାତୀ ଆକ୍ରମଣରେ ବିମଳା ଦେହୁରୀ(୪୮) ଓ ତାଙ୍କ ବୋହୂ ଜୟନ୍ତୀ ଦେହୁରୀ(୨୫) ଆହତ ହୋଇଥିଲେ। ବିମଳା ଓ ବୋହୂ ଜୟନ୍ତୀ ଘରେ ଶୋଇଥିବା ବେଳେ ହାତୀ ତାଙ୍କ କବାଟକୁ ଭାଙ୍ଗି ଦେଇଥିଲା। ଏହା ପରେ ସେଠାରୁ ପଳାଇଥିବା ଦନ୍ତା ହାତୀ ଜୁକୁବ୍‌ ବିଟ୍‌ ହାଉସ୍‌ ଓ ନିକଟରେ ଥିବା ମୋଟର ସାଇକେଲକୁ ଭଙ୍ଗାରୁଜା କରିଥିଲା। ଏ ନେଇ ବନ କର୍ମଚାରୀଙ୍କୁ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ଉକ୍ତ ଦନ୍ତା ହାତୀ ହିଡିସିଙ୍ଗ ଗାଁର କଳ୍ପ ଦେହୁରୀ, ଅଇଁଠୁ ଦେହୁରୀ, କୁମାରୀ ପ୍ରଧାନ, ସାତୃକ ପ୍ରଧାନ, ଶୁକଦେବ ପ୍ରଧାନ, ବୀରବର ପ୍ରଧାନ, ସୁମନ୍ତ ପ୍ରଧାନ, ପ୍ରମିଳା ପ୍ରଧାନ, ଗୋଲାପ ପ୍ରଧାନ, ବସନ୍ତ ପ୍ରଧାନଙ୍କ ଘର ଭାଙ୍ଗି ଦେଇଛି। ତୁରନ୍ତ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କରିବା ଦାବିରେ ସ୍ଥାନୀୟ ଲୋକମାନେ କରତପଟା-ଟିକରପଡ଼ା ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। ଖବରପାଇ ଏସିଏଫ୍‌ କୃଷ୍ଣଚନ୍ଦ୍ର ସାହୁ, ଫରେଷ୍ଟର ରଞ୍ଜିତ କୁମାର ସାହୁ, ବନକର୍ମଚାରୀ ଓ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଆର୍‌ଆଇଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବନ ଅଧିକାରୀମାନେ କହିବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri