କେନ୍ଦୁଝର,୧୮।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ସୋମବାର ସ୍ଥାନୀୟ କେନ୍ଦୁଝରଗଡ଼ ଷ୍ଟେଶନରେ ରେଳରୋକୋ କରାଯାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ଏଥିରେ ଏଆଇକେଏସ୍, ଏଆଇକେକେ ଏମଏସର ସଦସ୍ୟ ସମେତ କୃଷକ ଓ ଶ୍ରମିକ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ ୩ ଆଇନକୁ ପ୍ରତ୍ୟାହାର, ଉତ୍ତରପ୍ରଦେଶର ଲଖିମ୍ପୁରରେ ହୋଇଥିବା କୃଷକ ଗଣ ହତ୍ୟାର ନିରପେକ୍ଷ ତଦନ୍ତ ଓ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର, ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡାଦେଶ, ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଆଦି ଦାବିରେ ଏହି ଆନ୍ଦୋଳନ ହେଇଛି।