ନିଶ୍ଚିନ୍ତକୋଇଲି,୧୫।୮(ସ୍ବ.ପ୍ର.): କ୍ଷେତ୍ରମୋହନ ବିଦ୍ୟାପୀଠ ରୂପାନ୍ତରୀଣ ଯୋଜନାରୁ ବାଦ ପଡିଛି। ଏହାକୁ ନେଇ କଟରପଡ଼ା ସମିତିସଭ୍ୟା ସ୍ବାଗତିକା ନାୟକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆମରଣ ଅନଶନ କରିଛନ୍ତି। ତାଙ୍କ ସହ ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ ଓ ଗ୍ରାମବାସୀ ଯୋଗଦେଇଛନ୍ତି। ଅନ୍ୟପକ୍ଷେ ବିଇଓ ଲକ୍ଷେହୀରା ଲାବନ୍ୟବତି ବେହେରା ଉକ୍ତ ସ୍କୁଲକୁ ୫-ଟିରେ ସାମିଲ ପାଇଁ ଡିଇଓଙ୍କୁ ପତ୍ର ଲେଖିବା ପରେ ଅନଶନରୁ ସେମାନେ ଓହରି ଯାଇଥିବା ଜଣାପଡିଛି।