କେନ୍ଦୁଝର,୨୮।୩(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଜିଲା ମୁଖ୍ୟାଳୟ ଗାନ୍ଧୀ ଛକଠାରେ ପୂର୍ଣ୍ଣଚନ୍ଦ୍ର ରାଉତ, ଭବାନୀ ମହାନ୍ତଙ୍କ ନେତୃତ୍ୱରେ ରାସ୍ତାରୋକୋ କରାଯାଇଥିଲା। ଏପରି କି ସଙ୍ଗଠନର କର୍ମକର୍ତ୍ତା ଦଳୀୟ ପତାକା ଧରି ସରାକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏପରି କି ଆନ୍ଦୋଳନକାରୀମାନେ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ।