ଶେରଗଡ଼, ୧୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ସମ୍ମୁଖରେ ଗୁରୁବାର ଚିଟ୍ଫଣ୍ଡ ଜମାକାରୀମାନେ ଆନ୍ଦୋଳନ କରିଛନ୍ତି। ୫୦ରୁ ଅଧିକ ସାହାରା ଓ ଗୋଲ୍ଡଲ୍ୟାଣ୍ଡ କମ୍ପାନୀର ଜମାକାରୀ ଏହି ଆନ୍ଦୋଳନ କରିଛନ୍ତି। ଜମାକାରୀ ଫୋରମର ସଭ୍ୟ ବିରଞ୍ଚି କୁମାର ପାଣିଗ୍ରାହୀ, ଭଗବାନ ପାଢ଼ୀ ଓ ପ୍ରଦୀପ କୁମାର ପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ କରିବା ସହିତ ସରକାରଙ୍କୁ କଡ଼ା ସମାଲୋଚନା କରି ଗରିବ, ଖଟିଖିଆ, ମଜୁରିଆଙ୍କ ଟଙ୍କା ତୁରନ୍ତ ଫେରାନ୍ତୁ ବୋଲି ନାରା ଦେଇଛନ୍ତି। ଯଦି ଆଗାମୀ ୨୦୨୪ ପୂର୍ବରୁ ଜମାଟଙ୍କା ନ ଫେରାନ୍ତି ତେବେ ଜମାକାରୀମାନେ ଭୋଟ ଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି। ପରେ ଜମାକାରୀମାନେ ଏକ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ତ୍ରିଦେବ ରଥଙ୍କୁ ଭେଟି ପ୍ରଦାନ କରିଛନ୍ତି।