Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ କରୁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୧: ସିଙ୍ଘୁ ସୀମାରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନ ତବଲିଘ୍‌ ଜମାତ୍‌ ଭଳି ସ୍ଥିତି ସୃଷ୍ଟି ନ କରୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି। ଆନ୍ଦୋଳନ ସ୍ଥଳରେ କରୋନା ମାର୍ଗଦର୍ଶିକା ପାଳନ କରାଯାଉଛି କି ନାହିଁ ସେ ନେଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ୍‌ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅନ୍ନଦାତାମାନେ କରୋନା ସଂକ୍ରମଣରୁ କିଭଳି ସୁରକ୍ଷିତ ରହିବେ,ସେ ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଇଛି କି ନାହିଁ ତାହା ବୋବ୍‌ଡେ ପଚାରିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସରକାର ଆନ୍ଦୋଳନ ସ୍ଥଳର ସ୍ବାସ୍ଥ୍ୟ ସ୍ଥିତି ଜାଣିବାର ପ୍ରୟାସ କରୁଛନ୍ତି। ନିଜାରମୁଦ୍ଦିନ ସ୍ଥିତ ମରକଜ୍‌ ପ୍ରସଙ୍ଗ ଏବଂ ଲକ୍‌ଡାଉନ୍‌ ସମୟରେ ଏକାଧିକ ଲୋକ ଏକାଠି ହେବା ପାଇଁ ଅନୁମତି ଦେବା ବିରୋଧରେ ଦାଖଲ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଏଭଳି କହିଛନ୍ତି।

Share