ଏସ୍‌ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍‌ସିବି ଶାଖା ପକ୍ଷରୁ ଏସ୍‌ସିବି ମେଡିକାଲର ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବୁଧବାର ନର୍ସିଂ ଅଫିସରମାନେ ଧାରଣା ଦେଇଛନ୍ତି। ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଜାରି ରଖିଥିବା ବେଳେ ସରକାର ସଂଘର ଦାବି ପୂରଣ ନ କଲେ ଆସନ୍ତା ୨୬ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଏନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଏସ୍‌ସିବି ଶାଖାର ସଭାପତି ଝରଣା ଜେନା କହିଛନ୍ତି, ପୂର୍ବରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲୁ ଏବଂ ସେ ସମୟରେ ଆଲୋଚନା କରାଯାଇ ଏକମାସ ମଧ୍ୟରେ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏକମାସ ବିତିଯାଇଥିବା ବେଳେ କୌଣସି ଦାବି ପୂରଣ କରାଯାଇ ନାହିଁ। ଯେପରି ରୋଗୀଙ୍କ ସେବାରେ ଅସୁବିଧା ନ ହେବ ସେନେଇ ଏବେ ଜରୁରୀ ସେବା ଜାରି ରଖିଛୁ କିନ୍ତୁ ସରକାର ଦାବି ପୂରଣ ନ କଲେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ କରିବୁ।

ଅନ୍ୟପଟେ ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଜରୁରୀକାଳିନ ସେବା ନର୍ସିଂ ଅଫିସରମାନେ ଯୋଗାଇ ଦେବାରେ ସହଯୋଗ କରିଛନ୍ତି। ଆନ୍ଦୋଳନକୁ ନଜରରେ ରଖି ମେଡିକାଲ ପକ୍ଷରୁ ବିଏସ୍‌ସି ତୃତୀୟ ଓ ଚତୁର୍ଥ ଶ୍ରେଣୀର ନର୍ସିଂ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ାଯାଇଛି। ଡାକ୍ତରଙ୍କୁ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି ଏବଂ ଏସ୍‌ସିବିରେ ରୋଗୀ ସେବାରେ ବାଧା ଉପୁଜି ନାହିଁ। ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରତ୍ୟେକ ଓ୍ବାର୍ଡକୁ ଯାଇ ଯାଞ୍ଚ କରିଛନ୍ତି ବୋଲି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଞ୍ଜାମ ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

ଦୈତାରୀ ଥାନା ଅଞ୍ଚଳରେ ମାଓ ଚଳପ୍ରଚଳକୁ ମିଥ୍ୟା ସୂଚନା ଦେଇଥିବା ବନ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠନ

କେନ୍ଦୁଝର,୧୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ନେଇ ମିଥ୍ୟା ପ୍ରଚାରକୁ ନେଇ କେନ୍ଦୁଝର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ...

ଗାଈ ଚରାଇବାକୁ ଯାଇଥିଲେ,ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାଙ୍ଗି,୧୫ା୪(ଶରତ କୁମାର ଧଳ)-ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁଙ୍କୁ ଗ୍ରାମବାସୀ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image