ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲର ଆର୍ଆଇ(ରାଜସ୍ବ ନିରୀକ୍ଷକ) ଓ ଏଆର୍ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ପ୍ରମୁଖ ଧାରଣାରେ ବସିଥିବା ଜଣାପଡ଼ିଛି। ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘସାଧାରଣ ସମ୍ପାଦକ ଜାଭେଦ ଆଖତରଙ୍କ ଡାକରାରେ ହୋଇଥିବା ଆନ୍ଦୋଳନରେ ରାଜ୍ୟର ୩୧୭ଟି ବିଭିନ୍ନ ତହସିଲ ଏବଂ ୩୦ଟି ବିଭିନ୍ନ ଭୂ-ଅର୍ଜ୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। ମୋଟ ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡ଼ିଛି।