ସାରସକଣା,୨୬ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବର୍ଷେ ହେଲା ଏହି ରାଜପଥର ଝାରପୋଖରିଆ ନିକଟସ୍ଥ ଓଭରବ୍ରିଜ୍ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହି ରାସ୍ତାଟି ଝାରପୋଖରିଆସ୍ଥିତ ବିଦ୍ୟାଳୟ ଏବଂ ଦୁଇଟି ମହାବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଯାତାୟତର ମୁଖ୍ୟ ପଥ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ପ୍ରବେଶର ଏକମାତ୍ର ରାଜପଥ। ଏହି ରାସ୍ତା ଦେଇ ପ୍ରତ୍ୟେହ ହଜାର ହଜାର ଭାରୀଯାନ ଚଳାଚଳ କରିଥାଏ। ଏବେ ଯାତାୟତ ପାଇଁ ମୁଖ୍ୟ ରାସ୍ତା ହେଉଛି ସର୍ଭିସ ରୋଡ୍। ଯାହାକି ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଜାତୀୟ ରାଜପଥରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତାକୁ ମରାମତି ନ କଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।