‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି

ମୁମ୍ବାଇ: ଚନ୍ଦ୍ରାୟାନ ୩ର ସଫଳତାକୁ ନେଇ ଦେଶରେ ଖୁସିର ଆସର ଚାଲିଛି। ତେବେ ଇସ୍ରୋର ଏହି ସଫଳତାକୁ ବଡ ସ୍କ୍ରିନରେ ଦେଖାଇବା ପାଇଁ ଆଗକୁ ଆସିଛନ୍ତି ବହୁ ଚଳଚ୍ଚିତ୍ର ର୍ନିମାତା। ମିଶନ ମଙ୍ଗଲୟାନ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗନ ଶକ୍ତି ଚନ୍ଦ୍ରାୟାନ ୩କୁ ନେଇ ଫିଲ୍ମ କରିବାକୁ ଘୋଷଣା ପରିଛନ୍ତି।

ଏକ ସାକ୍ଷାତକାରରେ ଜଗନ କହିଛନ୍ତି, ମୁଁ ଏହି ସୁଯୋଗକୁ ହାତଛଡା କରିବେ ନାହିଁ। ଏଥିସହ ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ। ତେବେ ଫିଲ୍ମରେ ଅକ୍ଷୟ କୁମାର ରହିବେ କି ନାହିଁ ସେ କିଛି ସ୍ପଷ୍ଟ କରି ନାହାଁନ୍ତି।
ସେ ଆହୁରି କହିଛନ୍ତି, ମୋ ବଡ଼ ଭଉଣୀ ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ। ମିଶନ ବିଷୟରେ ସମସ୍ତ ତଥ୍ୟ ମୁଁ ତାଙ୍କ ଠାରୁ ବୁଝୁଛି।

ମିଶନ ମଙ୍ଗଳ ଫିଲ୍ମରେ ଅକ୍ଷୟ କୁମାର, ବିଦ୍ୟା ବାଲାନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ର୍କିତ୍ତୀ କୁଲହରୀ, ନୀତି ମେନନ ଏବଂ ଶର୍ମାନ ଯୋଶୀ ଅଭିନୟ କରିଥିଲେ। ୨୦୧୯ରେ ରିଲିଜ ହୋଇଥିବା ଏହି ଫିଲ୍ମି ବକ୍ସ ଅଫିସରେ ବହୁତ ହିଟ୍‌ ହୋଇଥିଲା। ଏହି ଫିଲ୍ମ ପ୍ରାୟ ୨୯୦କୋଟି ରୋଜଗାର କରିଥିଲା।

 

Share