ସିନେମା ଫ୍ଲପ୍‌ ନାୟିକା ହିଟ୍‌

ପରିଣିତି ଚୋପ୍ରା। ସ୍କୁଲ ହେଉ କି କଲେଜ କ୍ୟାରିୟରରେ ସେ ନିଜକୁ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ କରାଇ ପାରିଥିଲେ। ତା’ ସହ ଶ୍ରେଷ୍ଠ ଛାତ୍ରୀ ଭାବରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ। ଏହାପରେ ଅଭିନୟ ନିଶା ତାଙ୍କୁ ପାଗଳ କରିଥିଲା। ପରିଣିତିଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ଲେଡିଜ ଭର୍ସେସ ରିକି ବହଲ୍‌’। ଏହି ସିନେମା ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏ ନେଇ ସିନା ତାଙ୍କର ମନ ଦୁଃଖ ହୋଇଥିଲା, ହେଲେ ନିଜର ଅଭିନୟ ବଳରେ ନିଜ ପ୍ରଥମ ସିନେମାରୁ ସେ ସାଉଁଟିଥିଲେ ଦଶଟି ପୁରସ୍କାର। ସେ ସମୟରେ ତାଙ୍କର ଅଭିନୟକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। ଆଉ ତା’ପରେ ପରିଣିତି ପଛକୁ ଫେରି ଚାହିଁ ନ ଥିଲେ। ଇତିମଧ୍ୟରେ ହିନ୍ଦୀ ସିନେମା ‘ଇସ୍କଜାଦେ’, ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ହସି ତୋ ଫସି’, ‘ଗୋଲମାଲ୍‌ ଏଗେନ୍‌’ ଏବଂ ‘ନମସ୍ତେ ଲଣ୍ଡନ’ ପରି ସିନେମାରେ ଅଭିନୟ କରିସାରିଛନ୍ତି। ପିଜା ଖାଇବାକୁ ପରିଣିତି ବେଶି ଭଲ ପାଆନ୍ତି। ବାସ୍ତବ ଜୀବନରେ ସେ ଭାରି ଭୟାଳୁ। ଏପରି କି ଏରୋପ୍ଳେନ୍‌ରେ ବସିଲେ ତାଙ୍କୁ ଡର ଲାଗିଥାଏ।

Share