ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ

ବସ୍ତା,୧୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଗୁଡିଖାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଛି।

ମିଳିଥିବା ସୂଚନା ମୁତାବକ, ଟ୍ରକ୍‌ଟି ପଶ୍ଚିମବଙ୍ଗରୁ ଆଳୁ ବୋଝେଇ କରି ବାଲେଶ୍ବର ଆସୁଥିଲା। ହେଲେ ଗୁଡିଖାଳ ଛକ ନିକଟରେ ହଠାତ୍‌ ଟ୍ରକରେ ନିଆଁ ଲାଗି ଯାଇଥିଲା। ଅନ୍ୟପକ୍ଷେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।