Categories: ଜାତୀୟ

ପ୍ରବଚନ କାର୍ଯ୍ୟକ୍ରମରେ ଦଳାଚକଟା

ଭୋପାଳ,୧୬।୫: ମଧ୍ୟପ୍ରଦେଶ ସାଗର ଜିଲା ଅଧୀନ ବୀଣା ସହରରେ ଏକ ପ୍ରବଚନ କାର୍ଯ୍ୟକ୍ରମ ବେଳେ ଭୋଗ ପାଇଁ ଦଳାଚକଟା ହୋଇଛି। ଏଥିରେ ୧୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଛି। କାର୍ଯ୍ୟକ୍ରମରେ ୨୫ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସାମିଲ ହୋଇଥିବା ଜଣାପଡିଛି। ଆୟୋଜକଙ୍କ ମଧ୍ୟରୁ କିଛି କର୍ମକର୍ତ୍ତା ଆଗଧାଡ଼ିରେ ବସିଥିଲେ। ସେମାନେ ସମ୍ପର୍କୀୟମାନଙ୍କୁ ଭୋଗ ପାଇଁ ପ୍ରଥମପଂକ୍ତିରେ ବସାଇବା ପାଇଁ ପ୍ରୟାସ କରିବାରୁ ଦଳାଚକଟା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Share