Categories: ଜାତୀୟ

ନିର୍ବାଚନ ବର୍ଷରେ ଶିବରାଜଙ୍କ ବଡ଼ ନିଷ୍ପତ୍ତି, ନାଗଦାକୁ ଜିଲା କରିବାକୁ କଲେ ଘୋଷଣା

ଭୋପାଳ,୨୦।୭: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନାଗଦାକୁ ଏକ ଜିଲା କରିବାକୁ ଘୋଷଣା କରିଛନ୍ତି। ବାସ୍ତବରେ, ଦୀର୍ଘ ଦିନ ଧରି ଉଜୈନ ଜିଲାର ନାଗଦାକୁ ଜିଲା ଭାବେ ପରିଣତ କରିବାର ଦାବି କରାଯାଉଥିଲା।

Share