Categories: ଜାତୀୟ

ଭାଜପାକୁ ଝଟକା, ଦଳ ଛାଡିଲେ ଏହି ନେତା

ନୂଆଦିଲ୍ଲୀ,୩୧।୮: ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥକ ମନ୍ତ୍ରୀ ପ୍ରଦ୍ୟୁମନ ସିଂ ତୋମାର ଏବଂ ମହେନ୍ଦ୍ର ସିଂ ସିସୋଡିଆଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ରକ୍ଷା ବନ୍ଧନ ପର୍ବ ସମାପ୍ତ ହେବା ମାତ୍ରେ ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ଉଷ୍ମ ହୋଇଛି।

କୋଲାରସରୁ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଭାଜପାରୁ ଇସ୍ତଫା ଦେଇଛନ୍ତି ଏବଂ ୩ ବର୍ଷ କାର୍ଯ୍ୟକାଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଭାଜପାର ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ କୋଲାରସରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ସେ କ୍ରମାଗତ ଭାବେ ଏଥିସହ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏବଂ ଦଳର ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କରିଛନ୍ତି, କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି ବୋଲି ସେ କହିଛନ୍ତି।

Share