Categories: ଜାତୀୟ

ଭାଜପାକୁ ପୁଣି ଝଟ୍‌କା

ଭୋପାଳ,୧୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଉ ଏକ ଝଟ୍‌କା ଲାଗିଛି। ଇନ୍ଦୋର ଭାଜପା ନେତା ଦୀନେଶ ମାଲହର ଏବଂ ପ୍ରମୋଦ ଟଣ୍ଡନଙ୍କ ପରେ ପୂର୍ବତନ ଚାଚୌଡା ବିଧାୟକ ମମତା ମୀନା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସୂଚନାନୁସାରେ, ମମତା ମୀନା ସେପ୍ଟେମ୍ବର ୨୦ରେ ଆମ ଆଦମୀ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି ଏବଂ ଆଗାମୀ ନିର୍ବାଚନରେ ଏଏପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ନିର୍ବାଚନରେ ଟିକେଟ ନ ପାଇ ମମତା ମୀନା ବହୁତ ରାଗି ଯାଇଥିଲେ। ଏହି କାରଣରୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟିରୁ ଟିକେଟ ନେଇ ଗୁନାର ଚାଚୌଡା ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି।

Share