Posted inଜାତୀୟ

ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ

ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ କ୍ୟାବିନେଟ ଓ ୮ ରାଜ୍ୟମନ୍ତ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ରାଜଭବନ ପରିସରରେ ୨୮ ମନ୍ତ୍ରୀଙ୍କ ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଅଳ୍ପ କେତେ ଜଣଙ୍କୁ ସାମିଲ କରାଯାଇଥିଲା। କ୍ୟାବିନେଟ ମନ୍ତ୍ରୀ ଭାବେ ଇମତ୍ରି ଦେବୀ, ପ୍ରଭୁରାମ ଚୌଧୁରୀ, ପ୍ରଦ୍ୟୁନ୍ନ ସିଂ ତୋମାର ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରଗୁଡିକ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଏଣିକି ବିନା…

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ...

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା...

ଏଥର ବି ଫେଲ୍‌ ମାରିବ ‘ରାହୁଲ ବାବାଙ୍କ’ ବିମାନ: ବର୍ଷିଲେ ଅମିତ ଶାହା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ନେତା ସୋନିଆ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି...

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି।...

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ମିଳିବ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୪।୧୧: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ ୧୦ ବିଲିୟନ...

ଯୋଗୀ ସରକାରଙ୍କ ବୁଲ୍‌ଡୋଜର୍‌ ସବୁଦିନ ପାଇଁ ଗ୍ୟାରେଜକୁ ଗଲା: ଅଖିଳେଶ ଯାଦବ

ଲକ୍ଷ୍ନୌ,୧୪।୧୧: ଉତ୍ତରପ୍ରଦେଶ ସରକାରଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri