Categories: ଜାତୀୟ

ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ

ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ କ୍ୟାବିନେଟ ଓ ୮ ରାଜ୍ୟମନ୍ତ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ରାଜଭବନ ପରିସରରେ ୨୮ ମନ୍ତ୍ରୀଙ୍କ ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଅଳ୍ପ କେତେ ଜଣଙ୍କୁ ସାମିଲ କରାଯାଇଥିଲା। କ୍ୟାବିନେଟ ମନ୍ତ୍ରୀ ଭାବେ ଇମତ୍ରି ଦେବୀ, ପ୍ରଭୁରାମ ଚୌଧୁରୀ, ପ୍ରଦ୍ୟୁନ୍ନ ସିଂ ତୋମାର ଶପଥ ନେଇଛନ୍ତି।

Share