ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଏମ୍‌ପିଙ୍କ ପ୍ରଚାର

କାଶୀନଗର,୨୦।୩: କାଶୀନଗର ଏନ୍‌ଏସି ନିର୍ବାଚନ ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ୧୩ଟି ୱାର୍ଡ ପରିକ୍ରମା କରି ଅଧ୍ୟକ୍ଷା ପ୍ରାର୍ଥତ୍ନୀ ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଓ କାଉନସିଲର ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ସାଧାରଣ ସଭା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ କାର୍ଯ୍ୟର ସୁଯୋଗ ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ନଗର ସଭାପତି ରଘୁରାମ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ଗଜପତି ଜିଲା ପରିଷଦ ସଭାପତି ଜି. ତିରୁପତି ରାଓ, ଜିଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ, ବ୍ଲକ ଅଧ୍ୟକ୍ଷା ଡି.ସାୟା ଆମ୍ମା, ରାଜ୍ୟ ସମ୍ପାଦକ ମାରୁତ ପାଳ, ରକମ ସତୀଶ, ଯୁବନେତା ରାଜେଶ ମିଶାଲ, ଚଲପତି ରାଓ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।