Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଖସିଗଲା ଗୋଡ଼

ଡେରାଡୁନ୍‌,୧୯।୪: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅବସରରେ ହଠାତ୍‌ ତାଙ୍କ ପାଦ ଖସିଯାଇଥିଲା। ଏହି ସମୟରେ ତାଙ୍କ ପଛରେ ଆସୁଥିବା ସୁରକ୍ଷା କର୍ମୀମାନେ ଧରି ପକାଇଥିଲେ। ଫଳରେ ସେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଥିଲେ। ଉତ୍ତରାଖଣ୍ଡ ଉଧମପୁରନଗରର କାଶୀପୁରସ୍ଥିତ ଏକ ହୋଟେଲ୍‌ରେ ଏହି ଘଟଣା ଘଟିଥିଲା।
ସୂଚନାଯୋଗ୍ୟ,କାଶୀପୁରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସହ-ସମ୍ପାଦକ ଶିବ ପ୍ରକାଶଙ୍କ ଭଣଜାଙ୍କ ବିବାହ ଭୋଜି ଥିଲା। ଏଥିରେ ଯୋଗ ଦେବା ପାଇଁ ଦେଶର ଅନେକ ରାଜ୍ୟରୁ ଭାଜପାର ବଡ଼ ବଡ଼ ନେତା ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅତିଥିଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ସାମିଲ ଥିଲେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବାବେଳେ ହଠାତ୍‌ ସିଡିରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ତୁରନ୍ତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇଥିଲେ।
ଏହି ବିବାହ ଭୋଜିରେ ଉତ୍ତରାଖଣ୍ଡ ମନ୍ତ୍ରୀ ପୁଷ୍କର ସିଂ ଧାମି, କେନ୍ଦ୍ର ମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ, କେନ୍ଦ୍ର କୃଷି ମନ୍ତନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ।

Share