Categories: ଜାତୀୟ

ସୁତଲି ବୋମାର ଏକ ମାଳା ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ, ଜାଣନ୍ତୁ କାରଣ…

ଭୋପାଳ,୮।୨: ଆଜି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ। ମଧ୍ୟପ୍ରଦେଶର ହରଦା ଜିଲାରେ ବାଣ କାରଖାନାରେ ହୋଇଥିବା ବୋମା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଛି। ହରଦା ବୋମା ବିସ୍ଫୋରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ହରଦାର କଂଗ୍ରେସ ବିଧାୟକ ସୁତଲି ବୋମା ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ହରଦାରୁ କଂଗ୍ରେସ ବିଧାୟକ ଥିବା ଆର.କେ ଦୋଗନେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଧାନସଭାରେ ମଧ୍ୟ ହରଦା ଦୁର୍ଘଟଣା ପ୍ରସଙ୍ଗ ଉଠିଥିଲା।

ଏହି ଭିଡିଓରେ କଂଗ୍ରେସ ବିଧାୟକ ହରଦା ବାସିନ୍ଦାଙ୍କୁ ନିବେଦନ କରୁଥିବା ଦେଖାଯାଉଛି ଯେ ଯାହାର ବୋଲେରୋ, ମାରୁତି ଭ୍ୟାନ କିମ୍ବା ଅନ୍ୟ ଚାରି ଚକିଆ ଯାନ ଅଛି ସେ ତୁରନ୍ତ ହରଦା ଜିଲା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ହମିଦିଆ ଡାକ୍ତରଖାନାକୁ ନେବାରେ ସାହାଯ୍ୟ କରନ୍ତୁ। ଭାଇରାଲ ଭିଡିଓରେ ବିଧାୟକ କାନ୍ଦି ନିବେଦନ କରୁଥିବା ନଜର ଆସିଛନ୍ତି।

Share