ଭୋପାଳ,୮।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କଂଗ୍ରେସ କର୍ମୀମାନେ ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏପରିକି ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଛନ୍ତି।
ଏହି ସମୟରେ କମଲ ନାଥ ଟୁଇଟ୍ କରି କହିଛନ୍ତି ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିପରି ବ୍ୟବହାର କରୁଛନ୍ତି ତାହା ସମଗ୍ର ବିଶ୍ୱ ଦେଖୁଛି? ତାଙ୍କ ଭିତରେ ଥିବା ସମସ୍ତ ସଭ୍ୟତା, ସମ୍ମାନ ଏବଂ ରୀତିନୀତି ସମାପ୍ତ ହୋଇଛି।