Categories: ଜାତୀୟ

ମହିଳା ଅଧିକାରୀଙ୍କ ଆପତ୍ତିଜନକ ଫଟୋ ଛାଡି ହରଡ଼ଘଣାରେ ପୋଲିସ ଇନ୍ସପେକ୍ଟର

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ ଜଣେ ପୋଲିସ ଇନ୍ସପେକ୍ଟର ସୋସିଆଲ ମିଡିଆରେ ମହିଳା ରାଜସ୍ବ ଅଧିକାରୀଙ୍କ ଅପତ୍ତିଜନକ ଫଟୋ ଛାଡି ହରଡଘଣାରେ ପଡିଛନ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଦତିଆରେ ପୋଲିସ ଷ୍ଟେଶନରେ ପୋଲିସ ଇନ୍ସପେକ୍ଟର ଭାବେ ନିଯୁକ୍ତ ହୋଇଥିବା ଶିଶିର ଦାସ ଏଭଳି କାଣ୍ଡ କରିଥିବା ଜଣାପଡିଛି। ସେ ସିହୋରରେ ନିଯୁକ୍ତ ହୋଇଥିବା ମହିଳା ରାଜସ୍ବ ଅଧିକାରୀଙ୍କ ଏକ ଆପତ୍ତିଜନକ ଫଟୋ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପରେ ପୋଲିସ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଥିଲ। ପୁରୁଣା ବିବାଦକୁ ନେଇ ଶିଶିର ଏଭଳି କାମ କରିଥିବା ସୂଚନା ମିଳିଛି। ମହିଳାଙ୍କ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଶିଶିରଙ୍କୁ ଗିରଫ କରାଯାଇଛି।

Share