Categories: ଜାତୀୟ

ମଧ୍ୟ ପ୍ରଦେଶର ଝଗଡା ରାୟବରେଲି, ଅମେଠିରେ ବିଗାଡିପାରେ କଂଗ୍ରେସର ଖେଳ

ନୂଆଦିଲ୍ଲୀ,୨୩।୧୦: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ପାଇଁ ୨୮ ବିରୋଧୀ ଦଳ କିଛି ମାସ ପୂର୍ବରୁ I.N.D.I.A ଗଠନ କରିଥିଲେ। କିନ୍ତୁ ଆସନ୍ତା ମାସରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଘୋଷଣା ପରେ ଏହି ମିଳିତ ମଞ୍ଚରେ ବଡ଼ ଧରଣର ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ଏହି ମତଭେଦ ଏତେ ବଡ ହେବାରେ ଲାଗିଛି ଯେ ମିଳିତ ମଞ୍ଚର ନେତୃତ୍ୱ ନେଉଥିବା ଦୁଇ ବଡ କଂଗ୍ରେସ ନେତାଙ୍କ ଆସନ ଉପରେ ପ୍ରଶ୍ନ ଉଠିଛି।

ଯଦିଓ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବହୁତ ସମୟ ଅଛି, କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ଏସପିଙ୍କ ମଧ୍ୟରେ ବିବାଦ ପରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଆସନକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପ୍ରଥମ ପ୍ରଶ୍ନ ହେଉଛି ସୋନିଆ ଗାନ୍ଧୀ ୨୦୨୪ ରେ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହେବେ କି ନା। ଯଦି ହଁ, ସେ ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ଅନ୍ୟ ଆସନରୁ ଭାଗ୍ୟ ପରୀକ୍ଷା କରିବେ। ଦ୍ୱିତୀୟ ପ୍ରଶ୍ନ ହେଉଛି ରାହୁଲ ଗାନ୍ଧୀ ଆମେଠିରୁ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ସେ ୱାୟନାଡକୁ ଫେରିବେ।

Share