Categories: ଜାତୀୟ

ମଧ୍ୟପ୍ରଦେଶ, ଛତିଶଗଡରେ ସହ-ପ୍ରଭାରୀ ନିଯୁକ୍ତ କଲା ଏଏପି

ଭୋପାଳ,୨୪।୮: ଆମ ଆଦମୀ ପାର୍ଟି ଜଗତାର ସିଂ ଦିୟାଲପୁରା ଏବଂ ରଜନୀଶ କୁମାର ଦାହିଆଙ୍କୁ ମଧ୍ୟପ୍ରଦେଶର ସହ-ପ୍ରଭାରୀ ଏବଂ ଅମୋଲକ ସିଂ ଏବଂ ଅମୃତପାଲ ସିଂ ସୁଖାନନ୍ଦଙ୍କୁ ଛତିଶଗଡର ସହ-ପ୍ରଭାରୀ ନିଯୁକ୍ତ କରିଛି। ଚଳିତ ବର୍ଷ ଶେଷରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶରେ ଭାଜପା ଏବଂ ଛତିଶଗଡରେ କଂଗ୍ରେସ କ୍ଷମତାରେ ଅଛି। ଏହି ଦୁଇ ରାଜ୍ୟ ରାଜନୀତିରେ ଆମ ଆଦମୀ ପାର୍ଟି ତୃତୀୟ ଶକ୍ତି ହେବାକୁ ଚେଷ୍ଟା କରୁଛି।

Share