Categories: ଜାତୀୟ

‘ମଞ୍ଚ ଉପରେ ବସିଥିବା ନେତାଙ୍କୁ ନେଇ ସରକାର ଗଠନ ହୋଇ ନ ଥାଏ ବରଂ…’, ଶାହା

ଇନ୍ଦୋର,୩୧।୭: ମଧ୍ୟ ପ୍ରଦେଶକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଲଗାତର ଗସ୍ତ ସ୍ପଷ୍ଟ କରିଛି ଯେ ଏଥର ନିର୍ବାଚନ ସେ ନିଜ ନଜରରେ ଲଢିବେ। ଇନ୍ଦୋର ସଭାରେ ସେ ରାଜ୍ୟର ନେତାଙ୍କ ସାମ୍ନାରେ କହିଛନ୍ତି, ମଞ୍ଛ ଉପରେ ବସିଥିବା ନେତାଙ୍କୁ ନେଇ ସରକାର ଗଠନ ହୋଇ ନ ଥାଏ। ସରକାର ତଳେ ବସିଥିବା କର୍ମୀ ହିଁ ଗଠନ କରିଥାଆନ୍ତି। ଅନୁମାନ କରାଯାଉଛି କି ପ୍ରଦେଶ ସଙ୍ଗଠନ ଓ ମୁଖ୍ୟମନ୍ତ୍ରୀଙ୍କୁ ଶାହା କର୍ମୀଙ୍କ ଅସନ୍ତୋଷକୁ ଦୂର କରିବାକୁ କହିଛନ୍ତି।

ଶାହାଙ୍କ ଇନ୍ଦୋର ଗସ୍ତକୁ ବିଭିନ୍ନ କାରଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଶାହା ଭଗବାନ ପରଶୁରାମଙ୍କ ଜନ୍ମସ୍ଥଳୀ ଜାନାପାବ ଗସ୍ତ କରିଛନ୍ତି। ସେଠାରେ ସେ ବ୍ରାହ୍ମଣଙ୍କ ଗୁରୁ ପରଶୁରାମଙ୍କୁ ପୂଜାର୍ଚ୍ଚନା କରି ଇନ୍ଦୋର ଫେରିବା ପରେ କନକେଶ୍ୱରୀ ମଇଦାନରେ ଉପସ୍ଥିତ ଥିବା ହଜାର ହଜାର କର୍ମୀଙ୍କ ସଭାକୁ ସମ୍ବୋଧିତ କରିଛନ୍ତି। ଅମିତ ଶାହା ସ୍ପଷ୍ଟ କରିଛନ୍ତି କି ମଞ୍ଚ ଉପରେ ବସିଥିବା ନେତାଙ୍କ ଶକ୍ତିରେ ସରକାର ଗଠନ ହୋଇ ନ ଥାଏ, ସରକାର କର୍ମୀ ଗଠନ କରିଥାଆନ୍ତି, ସେଥିପାଇଁ ସରକାର ଗଠନ କରିବାକୁ କର୍ମୀ ପ୍ରାଣପଣେ ଲାଗି ଯାଆନ୍ତୁ।

Share