ଅନାଥ ପିଲାଙ୍କୁ ୫ହଜାର-ନିଶୁଳ୍କ ଶିକ୍ଷା ଦେବେ ଏହି ରାଜ୍ୟର ସରକାର

ଭୋପାଳ,୧୩।୫: କରୋନା ମହାମାରୀ ଆଉ କେତେ ତାଣ୍ଡବ ରଚିବ ତାହା କାହାକୁ ଜଣାନାହିଁ। ଏହି ମହାମାରୀ ଅନେକଙ୍କଠାରୁ ନିଜ ଆତ୍ମୀୟଙ୍କୁ ବି ଛଡ଼ାଇ ନେଇଛି। ତେବେ କରୋନା ସଙ୍କଟ ମଧ୍ୟରେ ମହାମାରୀର ସମ୍ମୁଖୀନ ହୋଇଥିବା ଗରିବ ଓ ଗରିବ ପରିବାରବର୍ଗଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟପ୍ରଦେଶ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। କରୋନା କାଳରେ ଯେଉଁ ପିଲାମାନେ ପିତାଙ୍କ ସାହାରା ହରାଇଛନ୍ତି ଓ ପରିବାରରେ କେହି ରୋଜଗାରକ୍ଷମ ନାହାନ୍ତି ସେମାନଙ୍କୁ ପ୍ରତିମାସରେ ୫ହଜାର ଟଙ୍କା ଓ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଯେଉଁ ପରିବାରରେ ପିତାମାତା କିମ୍ବା ଅଭିଭାବକଙ୍କ ମୃତ୍ୟୁ ଘଟିଛି ସେହି ପରିବାରବର୍ଗଙ୍କୁ ସରକାର ମାଗଣା ରାଶନ ମଧ୍ୟ ଯୋଗାଇଦେବେ। ଏତଦ୍‌ ବ୍ୟତୀତ ଯଦି ଗରିବ ପରିବାରରୁ କେହି କାମ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ସରକାରଙ୍କ ଗ୍ୟାରେଣ୍ଟି ଉପରେ ବିନା ସୁଧରେ ମଧ୍ୟ ଋଣ ପ୍ରଦାନ କରାଯିବ ବୋଲି ଶିବରାଜ କହିଛନ୍ତି।

Share