ପାର୍ଲାମେଣ୍ଟରେ ପର୍ନ ଫିଲ୍ମ ଦେଖି ଅଡୁଆରେ ଏମ୍‌ପି

ଲଣ୍ଡନ,୨୮।୪: ବ୍ରିଟେନ ପାର୍ଲାମେଣ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ କଞ୍ଜରଭେଟିଭ୍‌ ପାର୍ଟିର ଜଣେ ଏମ୍‌ପି ପାର୍ଲାମେଣ୍ଟ ଭିତରେ ଫୋନରେ ପର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ମହିଳା ଏମ୍‌ପି ଏହାକୁ ବିରୋଧ କରିଥିଲେ। ଘଟଣା ପରେ ମହିଳା ଏମ୍‌ପି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଅନ୍ୟ ଏମ୍‌ପି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ କରିଛନ୍ତି।
କଞ୍ଜରଭେଟିଭ୍‌ ପାର୍ଟିର ଜଣେ ମହିଳା ମନ୍ତ୍ରୀ ତଥା ଅନ୍ୟ ମହିଳା ଏମ୍‌ପି କଞ୍ଜରଭେଟିଭ୍‌ର ମୁଖ୍ୟ ହ୍ବିପ କ୍ରିସ ହିଟନ-ହ୍ୟାରିସ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ କେଉଁ ଏମ୍‌ପି ଏପରି କାର୍ଯ୍ୟ କରିଛନ୍ତି, ତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

Share