Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ, ଗାଡ଼ି ଉପରକୁ ବୋମା ଫିଙ୍ଗିଲେ…

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ଶେଷ ହେବା ପରଠାରୁ ରାଜନୈତିକ ହିଂସାକୁ ନେଇ ଖବର ଶିରୋନାମା ପାଲଟୁଛି। ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ ହୋଇଛି। ଏମ୍‌ପି ଜଗନ୍ନାଥ ସରକାର ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖି ଫେରୁଥିବା ବେଳେ ତାଙ୍କ ଗାଡ଼ି ପଛକୁ ବୋମା ଫିଙ୍ଗାଯାଇଥିଲା। ସୌଭାଗ୍ୟବଶତଃ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଆକ୍ରମଣରେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଏମ୍‌ପି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

ଏମ୍‌ପି ଜଗନ୍ନାଥ ଅନ୍ୟ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଫିଲ୍ମ ଦେଖିବାକୁ କଲ୍ୟାଣି ଯାଇଥିଲେ। ସେ ଅଭିଯୋଗ କରିଛନ୍ତି, ଟିଏମ୍‌ସି ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି। ପଶ୍ଚିମବଙ୍ଗରେ କେହି ବି ସୁରକ୍ଷିତ ନାହାନ୍ତି। ଏଠାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଧାରା ୩୫୬(ରାଷ୍ଟ୍ରପତି ନିୟମ) ଲାଗୁ କରାଯିବା ଉଚିତ। ନଚେତ ଏଭଳି ଘଟଣା ବନ୍ଦ ହେବ ନାହିଁ ସେ କହିଛନ୍ତି।

Share