Categories: ଜାତୀୟ

ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ

ପାଟନା,୩୧ ।୭: ରାଜଧାନୀ ଦିଲ୍ଲୀରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲାଗି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ବୈଠକରେ ସର୍ବସମ୍ମତି କ୍ରମେ ଲଲନ ସିଂଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ସେପଟେ କେନ୍ଦ୍ରରେ ମନ୍ତ୍ରୀଥିବା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଆରସିପିସି ସିଂ ଇସ୍ତଫା ଦେଇଛନ୍ତି । ଜନ୍ତର-ମନ୍ତରଠାର ଥିବା ଦଳ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଅଧ୍ୟକ୍ଷ ପଦ ରେସରେ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂଙ୍କ ନାଁ ସବୁଠାରୁ ଆଗରେ ଥିଲା । ସେ ନୀତୀଶ କୁମାରଙ୍କ ଅତି ନିକଟତର ବୋଲି କୁହାଯାଏ । ଲଲନ ସିଂ ବର୍ତ୍ତମାନ ମୁଙ୍ଗେର ଲୋକ ସଭା ଆସନରୁ ଜେଡିୟୁର ଏମ୍‌ପି ଅଛନ୍ତି । ୧୯୭୦ରୁ ନୀତୀଶଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ଦଳର ସଂସ୍ଥାପକ ଭାବେ ବି ତାଙ୍କର ନାଁ ରହିଛି । ସେ ଦଳ ଗଠନ ପୂର୍ବରୁ ଏପର୍ଯ୍ୟନ୍ତ ନୀତୀଶଙ୍କ ସହ ଅଛନ୍ତି । ମଝିରେ ଯଦିଓ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା ତାହା କିନ୍ତୁ ବେଶିଦିନ ରହି ନ ଥିଲା ।

Share