Categories: ଜାତୀୟ

ରାମେଶ୍ୱର ଶର୍ମା ମମତାଙ୍କୁ ଦେଲେ ରାମାୟଣ ଉପହାର: କହିଲେ ରାମ କହିବା ଶିଖ

ଭୋପାଳ,୨୪ ।୧: ମଧ୍ୟପ୍ରଦେଶ ବିଧାନସଭାର ପ୍ରୋଟେମ ସ୍ପିକର ତଥା ହୁଜୁରର ବିଧାୟକ ରାମେଶ୍ୱର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ରାମାୟଣ ଉପହାର ଆକାରରେ ଦେଇଛନ୍ତି । ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଶର୍ମା କହିଛନ୍ତି ଅଯୋଧ୍ୟାରେ ବହୁ ବର୍ଷ ପୂର୍ବରୁ ରାମ ମନ୍ଦିର ନିର୍ମାଣ ହେବା କଥା ସ୍ଥିର ହୋଇଥିଲେ ବି ମମତା ଏଥିରେ ରାଜି ନୁହେଁ । କାରଣ ମମତା ରାମ ନାମକୁ ପସନ୍ଦ କରନ୍ତି ନାହିଁ । ତେଣୁ ଶର୍ମା କହିଛନ୍ତି ମମତା ଦିଦି ମୋର ଆପଣଙ୍କୁ ଅନୁରୋଧ ରାମ ନାମ କହିବା ଶିଖି ଯାଆନ୍ତୁ । ଭଗବାନ ରାମଙ୍କ ବିରୋଧ କରିବା ବନ୍ଦ କରନ୍ତୁ । ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ଆପଣ ଭଗବାନ ରାମଙ୍କ ଅପମାନ କରିଛନ୍ତି । ତେଣୁ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗବାସୀ ଆପଣଙ୍କୁ ନିଶ୍ଚିତ ଶିକ୍ଷା ଦେବେ ।

Share