Categories: ଜାତୀୟ

ଆମକୁ ଲାଜ ଲାଗୁଛି କହିବାକୁ ଯେ ଆମ ସରକାର ଶାସନ କରୁଛି: ମହେଶ ଶର୍ମା

ନୂଆଦିଲ୍ଲୀ,୮ ।୮: ଉତ୍ତର ପ୍ରଦେଶ ନୋଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଘଟଣା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେବି ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗିଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଏହାରି ଭିତରେ ରବିବାର ସନ୍ଧ୍ୟା ପ୍ରାୟ ୮ଟାରେ ସୋସାଇଟି ଭିତରେ ଡଜନେରୁ ଅଧିକ ଆକ୍ରମଣକାରୀ ପ୍ରବେଶ କରିଥିବା ସୂଚନା ରହିଛି । ସେଠାରେ ସେମାନେ ଖୁବ୍ ଗଣ୍ଡଗୋଳ କରିଥିଲେ । ଏହି ଘଟଣାପରେ ସ୍ଥାନୀୟ ସାଂସଦ ମହେଶ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ସେ ସେଠାରେ ଫୋନ ଯୋଗେ କଥା ହୋଇଥିଲେ, ଆଉ କହିଥିଲେ ଆମକୁ ଲାଜ ଲାଗୁଛି କହିବାକୁ ଯେ ଆମ ସରକାର ଶାସନ କରୁଛି ।
ଏବେ ମହେଶ ଶର୍ମାଙ୍କ ମୋବାଇଲ ଫୋନରେ ହୋଇଥିବା କଥାବାର୍ତ୍ତା ଭାଇରାଲ ହୋଇଛି । ମହେଶ ଆହୁରି ମଧ୍ୟ କହିଛନ୍ତି ମୁଁ ଫୋନ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହି ଘଟଣାରେ ପୋଲିସ ୬-୭ ଜଣ ଯୁବକଙ୍କୁ ଅଟକ ରଖିଛି । ଏମାନେ ସମସ୍ତେ ଶ୍ରୀକାନ୍ତ ତ୍ୟାଗିଙ୍କ ପତ୍ନୀଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି ।

Share