କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କଲେ ଏମ୍‌ପି

ବାଲେଶ୍ୱର ଅଫିସ,୧୮।୩: ବାଲେଶ୍ୱର ଜିଲା ରେମୁଣା ଗୋଲେଇ ନିକଟରେ ଦୀର୍ଘଦିନ ଧରି ନୂତନ ଭାବେ ନିର୍ମାଣ ହୋଇଥିବା ଏମସ୍‌ ସାଟେଲାଇଟ୍‌ ସେଣ୍ଟରର ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଉଦ୍‌ଘାଟନ ପାଇଁ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଦିଲ୍ଲୀରେ ସାକ୍ଷାତ୍‌ କରି ଲିଖିତ ଦାବି କରିଛନ୍ତି। ସେଣ୍ଟରକୁ ଆହୁରି ଅଧିକ ଅନୁଦାନ ପ୍ରଦାନ ସହ ସମସ୍ତ ବିଭାଗ ଓ ପଦବୀ ପୂରଣ କରିବା ପାଇଁ ଦାବିରେ ଉଲ୍ଲେଖ କରିଛନ୍ତି। ଉତ୍ତରରେ କେନ୍ଦ୍ରମନ୍ତ୍ରୀ ମାଣ୍ଡଭୀୟ ଖୁବ୍‌ଶୀଘ୍ର ବାଲେଶ୍ୱର ଆସି ଏହାର ଉଦ୍‌ଘାଟନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏମ୍‌ପି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।