ୱାଶିଂଟନ,୧୨ ।୩: ଆମେରିକା ସାଂସଦ ମାଇକ ଗାଲାଗହେର ଦାବି କରିଛନ୍ତି ଯେ ପ୍ରତିବର୍ଷ ଚାଇନା ୭୦,୦୦୦ ଆମେରିକୀୟଙ୍କୁ ହତ୍ୟା କରୁଛି । ତିବ୍ୱତ ଉପରେ ଚାଇନାର ଆକ୍ରମଣ ବିରୋଧରେ ଚାଇନା ଦୂତାବାସ ବାହାରେ ୱାଶିଂଟନରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ୱାଶିଂଟନରେ ପହଞ୍ଚିଥିବା ଗାଲାଗହେର କହିଛନ୍ତି, ଚାଇନା ଆଜିବି ନିର୍ଦ୍ଦୋଷଙ୍କ ରକ୍ତର ଭୋକ ଓ ବିସ୍ତାତାରବାଦୀ ହୋଇ ରହିଛି । ତିବ୍ୱତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ଗାଲାଗହେର କହିଛନ୍ତି, ତିବ୍ୱତୀୟ ଲୋକମାନେ ଚାଇନାର ନିର୍ଦ୍ଦୟ ସାଂସ୍କୃତିକ ନରସଂହାରର ଶିକାର ହୋଇଛନ୍ତି, ହେଲେ ସ୍ୱାଧିନତା ପାଇଁ ଲଢିବା ପାଇଁ ସେମାନଙ୍କର ସାହସ ଏକ ଆଦର୍ଶ । ଚାଇନା ବେଳେ ବେଳେ ଗୁପ୍ତଚର ବେଲୁନ ମାଧ୍ୟମରେ ଏବଂ ବେଳେ ବେଳେ ଏକ ଆପ ମାଧ୍ୟମରେ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରୁଛି ।