Categories: ଜାତୀୟ

ମୁଁ ଗୋବରରେ ଜନ୍ମ ହୋଇଛି, ଏଣୁ କରୋନା ମୋ ଆଖପାଖକୁ ଆସିପାରିବ ନାହିଁ: ଏହି ମନ୍ତ୍ରୀଙ୍କ ଅଜବ ଯୁକ୍ତି

ଭୋପାଳ,୮।୯: ଗୋଟିଏ ପଟେ ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କିଛି ନେତା ଅଜବ ଯୁକ୍ତି କରୁଥିବା ନଜିରକୁ ଆସିଛି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧିନ ସରକାରରେ ମନ୍ତ୍ରୀ ଥିବା ଇମର୍ତ୍ତି ଦେବୀଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛିି। ଏଥିରେ ସେ କହିଛନ୍ତି, ତାଙ୍କ ଆଖପାଖକୁ କରୋନା ଆସି ପାରିବ ନାହିଁ। ସେ କେବେ ବି କରୋନାରେ ସଂକ୍ରମିତ ହେବେ ନାହିଁ। କାରଣ ଗାଇର ଗୋବର ଏବଂ ମାଟିରେ ସେ ଜନ୍ମ ହୋଇଥିଲେ। ତେବେ ଇମର୍ତ୍ତିଙ୍କୁ କରୋନା ହୋଇଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏଣୁ ଗ୍ବାଲିୟରର ଖବରଦାତାମାନଙ୍କୁ ସେ ସୁସ୍ଥ ଥିବା ନେଇ କହିବା ବେଳେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Share