Categories: ଜାତୀୟ

ଶିକ୍ଷାମନ୍ତ୍ରୀଙ୍କ ଘରୁ ମିଳିଲା ବୋହୂଙ୍କ ମୃତଦେହ

ଭୋପାଲ,୧୧।୫: ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ଶାଜାପୁର ସ୍ଥିତ ଘରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ତାଙ୍କ ବୋହୂଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ସବିତା ପରମାର(୨୩)। ସବିତା ତିନି ବର୍ଷ ତଳେ ମନ୍ତ୍ରୀଙ୍କ ପୁଅ ଦେବରାଜ ପରମାରଙ୍କୁ ବିବାହ କରିଥିଲେ।

ଅନ୍ୟପକ୍ଷେ, ସବିତା ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Share