ଲକ୍ଷ୍ନୌ,୨୫।୧: ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ଏସସି-ଏସଟି ଅଧିନିୟମ ଅନୁଯାୟୀ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ୧୦,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ଏହି ଘଟଣାରେ ମୁଟିଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଜିଲା କୋର୍ଟର ସ୍ବତନ୍ତ୍ର ଅଦାଲତ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ନନ୍ଦୀ କଂଗ୍ରେସ ଦଳର ପ୍ରାର୍ଥୀ ଥିଲେ। ଭେଙ୍କଟ ରମଣ ଶୁକ୍ଲା ତାଙ୍କ ବିରୋଧରେ ମତିଗଞ୍ଜ ପୋଲିସ ଷ୍ଟେଶନରେ ମେ ୩, ୨୦୧୪ରେ ମାମଲା ଦାୟର କରିଥିଲେ। ନନ୍ଦୀଙ୍କ ନିର୍ଦ୍ଦେଶରେ ଏସପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ହତ୍ୟା ଶବ୍ଦ ସହିତ ଜାତି ଶବ୍ଦ ବ୍ୟବହାର କରାଯାଇଥିଲା।