Categories: ଜାତୀୟ

ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ୍‌, ଫେରାର ଅଛନ୍ତି ଅଭିଯୁକ୍ତ ଏମ୍‌ପି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ଏମ୍‌ପି ପ୍ରଜ୍ଜ୍ୱଳ ରେଭନ୍ନା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ଭିଡିଓ ଭାଇରାଲ ହେବା ପରେ ଫେରାର ହୋଇଛନ୍ତି। ଏବେ ଏକ ସ୍ବତନ୍ତ୍ର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ବିରୋଧରେ ଗିରଫ ପରଓ୍ବାନା(ଓ୍ବାରେଣ୍ଟ) ଜାରି କରିଛନ୍ତି। କୋର୍ଟ ଶନିବାର ଓ୍ବାରେଣ୍ଟ ଜାରି କରିଥିବା ବେଳେ ଏଥିରେ ତାଙ୍କ ବାପା ଏଚ୍‌ ଡି ରେଭନ୍ନା ମଧ୍ୟ ଅଭିଯୁକ୍ତ ଅଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ାଙ୍କ ପୁଅ ଏଚ୍‌ ଡି ରେଭନ୍ନା ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗରେ ୪ ଦିନ ପୋଲିସ ହେପାଜତ ପରେ ୭ ଦିନ ଜେଲରେ ବିତାଇବା ପରେ ଜାମିନରେ ମୁକୁଳିଛନ୍ତି। ଏନ୍‌ଡିଏର ହାସନ ଲୋକ ସଭା ପ୍ରାର୍ଥୀ ପ୍ରଜ୍ୱଳଙ୍କ ବିରୋଧରେ ୩ ମହିଳାଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ୩ ମାମଲା ରୁଜୁ ହୋଇଛି। ସେ କିନ୍ତୁ ଫେରାର ଥିବା ଯୋଗୁ ଇଣ୍ଟରପୋଲ ପକ୍ଷରୁ ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଛି।

Share